• +91 94370 42860
  • info@dvrs.edu.in
  • Baripada, Mayurbhanj, Odisha

Notice Board & Circulars

Official updates, examination notifications, vacation notices, and circulars.

Current Session
Academic Year 2026-27
Notice & Events NEW
Posted on November 13, 2026

ଶିଶୁ ଦିବସ ପାଳନ ଓ ବିଭିନ୍ନ ପ୍ରତିଯୋଗିତା ସମ୍ବନ୍ଧୀୟ ସୂଚନା

ଦିଗନ୍ତ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍, ବାରିପଦା

ସୂଚନା

ତାରିଖ: ୧୩.୧୧.୨୦୨୬

ବିଷୟ: ଶିଶୁ ଦିବସ ପାଳନ – ୧୪ ନଭେମ୍ବର ୨୦୨୬

ଏତଦ୍ୱାରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଉଛି ଯେ, ଆସନ୍ତା ୧୪ ନଭେମ୍ବର ୨୦୨୬ (ଶନିବାର) ଦିନ ସକାଳ ୧୦:୦୦ ଘଟିକା ସମୟରେ ଆମ ବିଦ୍ୟାଳୟରେ ଶିଶୁ ଦିବସ ମହା ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯିବ।

ଏହି ବିଶେଷ ଅବସରରେ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା, ପ୍ରତିଭା ଓ ଦକ୍ଷତାର ବିକାଶ ନିମନ୍ତେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ତଥା ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏଣୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଠିକ୍ ସମୟରେ ଉପସ୍ଥିତ ରହି ଏହି ଉତ୍ସବରେ ଉତ୍ସାହର ସହିତ ଭାଗ ନେବାକୁ ନିର୍ଦ୍ଦେଶ ଦିଆଯାଉଛି।

ଆସନ୍ତୁ, ଆନନ୍ଦ, ଉତ୍ସାହ ଓ ହସଖୁସିର ସହିତ ଏହି ଶିଶୁ ଦିବସକୁ ସ୍ମରଣୀୟ କରିବା।

ଅଧ୍ୟକ୍ଷ
ଦିଗନ୍ତ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍
ବାରିପଦା

Back to Notices